ଏନସିଆରବିର ରିପୋର୍ଟରୁ ସାଙ୍ଘାତିକ ତଥ୍ୟ ପ୍ରକାଶ । ଓଡ଼ିଶାରେ ବୃଦ୍ଧି ପାଇଛି ମହିଳାଙ୍କ ବିରୋଧରେ ଅପରାଧ । ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୨୩ ପ୍ରତିଶତ ବଢ଼ିଛି । ଯେଉଁଥିରେ ନିର୍ଯାତନା ଓ ସାଇବର ଅପରାଧ ଆଦି ସାମିଲ ରହିଛି । ତେବେ ଉକ୍ତ ବର୍ଷ ରାଜ୍ୟରେ ଦୁଷ୍କର୍ମ ଓ ଅପହରଣରେ ବଡ଼ ବୃଦ୍ଧି ଘଟିଛି । ମହିଳା ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ମହିଳା ଜନସଂଖ୍ୟା ପ୍ରତି ୧ଲକ୍ଷରେ ୧୩୭.୮କୁ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାରେ ୨୩ ପ୍ରତିଶତ ଅଧିକ । ୨୦୨୦ରେ ଓଡ଼ିଶାରେ ଅପରାଧ ହାର ୧୧୨.୦୯ ପ୍ରତିଶତ ଥିଲା । ୨୦୨୧ରେ ଅପରାଧ ମାମଲାରେ ଦିଲ୍ଲୀରେ ଆସାମରେ ସର୍ବାଧିକ ୧୬୮.୭ ଓ ଦିଲ୍ଲୀରେ ୧୪୭.୬ ପ୍ରତିଶତ ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା