The Topmost

“The eyes believe themselves, the ears believe other people.”

ମହାରାଷ୍ଟ୍ର ରାଜନୀତିରେ ହଟଚମଟ

ମହାରାଷ୍ଟ୍ର ରାଜନୀତିରେ ହଟଚମଟ । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି । ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଛନ୍ତି ଯେ ଜନତା କହିବେ ଦଳ କାହାର । ଶରଦ କହିଛନ୍ତି ମୁଁ ଲୋକଙ୍କ ଗହଣକୁ ଯିବି ଏବେ ସମର୍ଥନ ଜୁଟାଇବି । ଏନସିପି ସୁପ୍ରିମୋ ଆଗକୁ କହିଛନ୍ତି, ଅଜିତ ପାଓ୍ବାର ବିଶ୍ବାସଘାତକ ନୁହେଁ ଚୋରି କରିଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟରରେ ଏଭଳି ଅନେକ ସମସ୍ୟା ଦେଖିଛନ୍ତି  । ଅନେକ ବିଧାୟକ ଏନସିପି ଛାଡି ଯାଇଛନ୍ତି  । କିନ୍ତୁ ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର ଠପ ହୋଇଯାଇଛି  ଅଜିତଙ୍କ ବିଜେପି ସହ ଯିବା ବୟାନ ଉପରେ ଶରଦ କହିଛନ୍ତି ଏନସିପିର ବିଚାରଧାରା ଏହି କଥାର ଅନୁମତି ଦିଏନି ଯେ ବିଜେପି ସହ ମେଣ୍ଟ କରାଯିବ । ଶରଦ ପୱାର କହିଛନ୍ତି ଯେ ମୁଁ ୬ ଜୁଲାଇରେ ସମସ୍ତ ନେତାମାନଙ୍କ ଏକ ବୈଠକ ଡକାଇଥିଲି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ଥିଲା ଏବଂ ଦଳ ଭିତରେ କିଛି ପରିବର୍ତ୍ତନ କରାଯିବାର ଥିଲା କିନ୍ତୁ ଏହା ପୂର୍ବରୁ କିଛି ନେତା ବିଦ୍ରୋହ କରିଛନ୍ତି । ପ୍ରଧାନମନ୍ତ୍ରୀ କିଛି ଦିନ ତଳେ କହିଥିଲେ ଯେ ଏନସିପି ସମାପ୍ତ ହୋଇଯାଇଥିବା ଦଳ ଅଟେ । ପ୍ରଧାନମନ୍ତ୍ରୀ ଏନସିପିକୁ ଦୁର୍ନୀତିଖୋର ପାର୍ଟି କହୁଥିବା ବେଳେ ସେହି ଦଳରୁ ବିଧାୟକଙ୍କ ସହଯୋଗ କାହିଁକି ଲୋଡିଲେ ବୋଲି ପ୍ରଶ୍ନ କରିଛନ୍ତି ଶରଦ ପାଓ୍ବାର  । ମୁଁ ଦଳକୁ ପୁଣିଥରେ ଛିଡା କରି ଦେଖାଇବି ବୋଲି ଶରଦ ପୱାର କହିଛନ୍ତି ।