ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ଚାଷୀଙ୍କ ଚିନ୍ତା । ମରୁଡି ପରିସ୍ଥିତି ନେଇ ଜରୁରୀକାଳୀନ ବୈଠକ ପରେ ଆଜି ମହାକାଳେଶ୍ୱରଙ୍କ ଶରଣରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ଚୌହାନ୍ କହିଛନ୍ତି, ଅଗଷ୍ଟ ମାସରେ ରାଜ୍ୟରେ ମରୁଡ଼ି ପରସ୍ଥିତି ଦେଖା ଦେଇଛି। ଫସଲ ପ୍ରତି ବିପଦ ଦେଖା ଦେଇଛି । ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ମୁଁ ମହାକାଳଙ୍କୁ ପ୍ରାର୍ଥନା କରିଛି। ନିଜ ନିଜ ଗାଁ ଓ ରାଜ୍ୟରେ ଭଲ ବର୍ଷା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ରାର୍ଥନା ଶୁଣାଯାଏ, କାମ ବି ଦିଏ । ନିଷ୍ଠାର ସହିତ ପ୍ରାର୍ଥନା କଲେ ଈଶ୍ୱର ଆଶୀର୍ବାଦ କରନ୍ତି । ଅନାବୃଷ୍ଟି ଯୋଗୁଁ ରାଜ୍ୟରେ ବିଜୁଳି ଶକ୍ତି ସଙ୍କଟ ସୃଷ୍ଟି ହୋଇଥିବା କଥା ବି ସେ କହିଛନ୍ତି। ସେ କହିଛନ୍ତି, ଏ ସମୟରେ ସାଧାରଣତଃ ୮,୦୦୦-୯,୦୦୦ ମେଗାୱାଟ୍ ବିଜୁଳି ଶକ୍ତି ଆବଶ୍ୟକ ହୁଏ। କିନ୍ତୁ, ଚାହିଦା ୧୫,୦୦୦ ମେଗାୱାଟ୍କୁ ବୃଦ୍ଧି ପାଇଛି। ଫଳରେ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଣ ହୋଇ ପାରୁନାହିଁ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ