ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜାମିନ ପାଇଲେ ଦୁଇ ଅଭିଯୁକ୍ତ । ସେମାନେ ହେଲେ ମହାଳିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ରଂଜିତ ସାହୁ ଏବଂ ସାନଚେର ଗାଁ ସ୍କୁଲର ସହକାରୀ ଶିକ୍ଷକ କୃତିବାସ ଚନ୍ଦନ। ସାକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ସେମାନେ ଗିରଫ ହୋଇଥିଲେ । ଏହି ଦୁଇ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କିଛିଦିନ ତଳେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତଦେହ ଜେଲରୁ ମିଳିଥିଲା । ତେବେ ଗୋବିନ୍ଦ ଜୀବିତ ଥିବା ବେଳେ ମାମଲାରେ ସବୁ ସାକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ମହାଳିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ତଥା ଗୋବିନ୍ଦଙ୍କ ସମ୍ପର୍କୀୟ ପୁତୁରା ରଂଜିତ ସାହୁ ଏବଂ ରଞ୍ଜିତଙ୍କ ସହଯୋଗୀ ତଥା ସାନଚେର ଗାଁ ସ୍କୁଲର ସହକାରୀ ଶିକ୍ଷକ କୃତିବାସ ଚନ୍ଦନକୁ ଗତ ଡିସେମ୍ବର ୧ ତାରିଖରେ ଗିରଫ କରିଥିଲା ବଲାଙ୍ଗୀର ପୋଲିସ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା