The Topmost

“The eyes believe themselves, the ears believe other people.”

ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ କଂଗ୍ରେସ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । କର୍ଣ୍ଣାଟକ ବିଜୟ ପରେ ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଆଦିବାସୀ ବହୁଳ ଜବଲପୁର ଗୌରୀ ଘାଟରେ ନର୍ମଦା ପୂଜା କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏହି ସ୍ମାରକୀଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରିୟଙ୍କା । ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମଧ୍ୟପ୍ରଦେଶର ମହାକୋଶଲ ଅଞ୍ଚଳର ମଧ୍ୟଭାଗରେ ରହିଛି ଜବଲପୁର । ଏହି ଅଞ୍ଚଳରେ ଅଧିକାଂଶ ଆଦିବାସୀ ଲୋକ ବସବାସ କରନ୍ତି । ୨୦୧୮ ନିର୍ବାଚନରେ ଏହି ଅଞ୍ଚଳର ୧୩ଟି ଏସଟି ସଂରକ୍ଷିତ ଆସନରୁ କଂଗ୍ରେସ ୧୧ ଆସନରେ ବିଜୟୀ ହୋଇଥିଲା । ଅବଶିଷ୍ଟ ୨ଟି ଆସନ ବିଜେପି ହାତକୁ ଯାଇଥିଲା । ତେବେ ସବୁ ଅଞ୍ଚଳରେ କଂଗ୍ରେସ ଭଲ କରିବ ବୋଲି ଦଳ ଆଶା ରଖିଛି ।