ଦୁଇଦିନିଆ ମଣିପୁର ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ପହଁଚି ଦୀର୍ଘ ଦିନ ଧରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗିରହିଥିବା ସଂଘର୍ଷ ଯୋଗୁଁ ଅଶାନ୍ତ ଥିବା ମଣିପୁରର ସ୍ଥିତି ପରଖିଛନ୍ତି । ତେବେ ହିଂସା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ବିଭିନ୍ନ କ୍ୟାମ୍ପ ବୁଲି ଲୋକଙ୍କ ବୁଝିଛନ୍ତି ରାହୁଲ । ଏହି ସମୟରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବତୀ ଆସି ରାହୁଲଙ୍କ ନିକଟରେ କାନ୍ଦିବା ସହ ତାଙ୍କୁ ଦୁଃଖ ଜଣାଇଛନ୍ତି । ରାହୁଲ ଗାନ୍ଧୀ ଭାବ ବିହ୍ୱଳ ହେବାସହ ତାଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଉଛନ୍ତି । ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ମଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ସହ କ୍ୟାମ୍ପରେ ଥିବା ପିଲାଙ୍କ ସହ ଭୋଜନ କରିଥିଲେ । ରିଲିଫ କ୍ୟାମ୍ପରେ ଥିବା ଅଧିକାରୀଙ୍କ ସହ ମଧ୍ୟ ରାହୁଲ ଆଲୋଚନା କରିଛନ୍ତି । ଅନ୍ୟପଟେ ଗସ୍ତର ପ୍ରଥମ ଦିନରେ ରାହୁଲ ଗାନ୍ଧୀଙ୍କ କାରକେଡକୁ ରୋକାଯିବା ନେଇ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ଏକ ଟ୍ୱିଟ କରି ବିଜେପିକୁ ସମାଲୋଚନା କରିଛନ୍ତି । ଲେଖିଛନ୍ତି, ‘ମୁଁ ଏଠାକୁ ମୋର ମଣିପୁର ଭାଇ ଓ ଭଉଣୀଙ୍କ କଥା ଶୁଣିବାକୁ ଆସିଛି । ସବୁ ସଂପ୍ରଦାୟର ଲୋକମାନେ ସୁନ୍ଦର ଭାବେ ସ୍ୱାଗତ କରିବା ସହ ଭଲପାଇବା ଦେଇଛନ୍ତି । ସରକାର ମୋତେ ଅଟକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାନ୍ତି ପ୍ରତିଷ୍ଠା ଆମର ଲକ୍ଷ୍ୟ ହେବା ଦରକାର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ