The Topmost

“The eyes believe themselves, the ears believe other people.”

ମଣିପୁରରେ ବର୍ତ୍ତିବେନି ଅଭିଯୁକ୍ତ

ମଣିପୁରରେ ଆଉ ବର୍ତ୍ତିବେନି ଉପଦ୍ରବକାରୀ । କାରଣ ମାମଲାର ଯାଞ୍ଚ କରିବ ସିବିଆଇ । ଏଥିପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ୨୯ ମହିଳା ଅଧିକାରୀଙ୍କ ସହ ମୋଟ ୫୩ ଅଧିକାରୀ । ଦାଏର ହୋଇଥିବା ୧୭ରୁ ଅଧିକ ମାମଲାର କରିବ ପୁଙ୍ଖାନୁପୁଙ୍ଖ ଯାଞ୍ଚ । ଅଧିକାରୀଙ୍କ ସୂଚନା ମୁତାବକ, ୩ଜଣ ଉପମହାନିର୍ଦ୍ଦେଶକ ର୍ୟାଙ୍କର ଅଧିକାରୀ ରାଜ୍ୟରେ ହୋଇଥିବା ହିଂସା ମାମଲାରେ ଯାଂଚ କରିବାକୁ ନିଜ ନିଜ ଟିମର ନେତୃତ୍ୱ କରିବେ । ଏଥିରେ ମହିଳା ଅଧିକାରୀ ଲବଲି କଟିଆର ଓ ନିର୍ମଳା ଦେବୀ ମଧ୍ୟ ସାମିଲ ଅଛନ୍ତି । ମେ ୩ ତାରିଖରେ ମଣିପୁରରେ ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ସୃଷ୍ଟି ହେବା ଯୋଗୁଁ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଏଭଳି କିଛି ନିର୍ଯାତନାର ଛବି ସାମ୍ନାକୁ ଆସିଛି ଯାହା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା ।