The Topmost

“The eyes believe themselves, the ears believe other people.”

U.S. President Donald Trump meets with members of the airline industry at the White House February 9, 2017 in Washington, DC.

ମଙ୍ଗଳବାର କୋର୍ଟରେ ହାଜର ହେବେ ଟ୍ରମ୍ପ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ପିଛା ଛାଡ଼ୁନି ବିବାଦ । ତେବେ ନିକଟରେ ଗୁପ୍ତ କାଗଜପତ୍ର ହେରଫେର ମାମଲାରେ ଟ୍ରମ୍ପ ଫସିଛନ୍ତି । ଦେଶର ସୁରକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ କାଗଜକୁ ସେ ନିଜ ବ୍ୟକ୍ତିଗତ ଘରେ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା । କେବଳ ଅଭିଯୋଗ ନୁହେଁ ଟ୍ରମ୍ପଙ୍କ ଶୈାଚାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ମଙ୍ଗଳବାର ମିଆମି କୋର୍ଟରେ ହାଜର ହେବେ ଟ୍ରମ୍ପ । ତେବେ ବାରମ୍ବାର ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସୁଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କମିନଥିବା ଦେଖିବାକୁ ମିଳିଛି । ଟ୍ରମ୍ପ ଗୁପ୍ତ ଦସ୍ତାବିଜ ମାମଲାରେ କୋର୍ଟରେ ମଙ୍ଗଳବାର ହାଜର ହେବା ସମୟରେ ଟ୍ରମ୍ପଙ୍କ ସମର୍ଥକ ମାନେ ଏକଜୁଟ ହେବାର ସମ୍ଭାବନା ରହିଛି । ଫଳରେ ଆମେରିକାରେ ହିଂସାକାଣ୍ଡ ଆଶଙ୍କା କରାଯାଇଛି । ଟ୍ରମ୍ପଙ୍କ ସମର୍ଥନରେ ରାଲି କରି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ସମସ୍ତ ପ୍ରୟାସ କରିପାରନ୍ତି ସମର୍ଥକ । ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଦସ୍ତାବିଜ ଲୁଚାଇ ରଖିଥିବା ଅଭିଯୋଗ ଟ୍ରମ୍ପଙ୍କ ବିରୋଧରେ ଅଣାଯାଇଛି । ତେବେ ଏହା ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାସ୍ତାରେ କଂଟା ସାଜିପାରେ ବୋଲି ଆଶଙ୍କା କରାଯାଉଛି ।