ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଭୟଙ୍କର ହେଉଛି । ୟୁକ୍ରେନ ପୁଣି ଥରେ ରକେଟ ମାଡ଼ କରିଛି ବୋଲି କହିଛି ମୋସ୍କୋ । ବେଲଗୋରଡରେ ଡ୍ରୋନ ଦ୍ବାରା ଆକ୍ରମଣ କରିଛି ୟୁକ୍ରେନ । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ଋଷ ସେନା ପକ୍ଷରୁ ଡ୍ରୋନକୁ ଆକ୍ରମଣ କରି ଖସାଇ ଦିଆଯାଇଛି । ତେବେ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ନଥିବା କୁହାଯାଉଛି । ଗତ ରାତିରେ ଋଷ ସୀମା ଅଞ୍ଚଳରେ ୟୁକ୍ରେନ ସେନା ବୋମା ମାଡ଼ କରିଛନ୍ତି ବୋଲି ଋଷ କହିଛି । ଫଳରେ ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ସଂଖ୍ୟା ବଢୁଛି । ଗତ ମଙ୍ଗଳବାର ମଧ୍ୟ ୟୁକ୍ରେନ ଆକ୍ରମଣ କରିଥିବା ଋଷ ଦାବି କରୁଛି । ସେପଟେ ୟୁକ୍ରେନର କହିବା କଥା ଋଷ ସେନାରେ ଅସନ୍ତୋଷ କାରଣରୁ ଏଭଳି ହେଉଛି । ଋଷରେ ହୋଇଥିବା ଆକ୍ରମଣ ପଛରେ ୟୁକ୍ରେନର ହାତ ନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ