ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ବେଳେ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ ଆପାର୍ଟମେଣ୍ଟ ଭିତରୁ ଲୋକମାନେ ବାହାରିବା କଷ୍ଟକର ହୋଇପଡ଼ିଥିଲା । ଫଳରେ ୬ଜଣଙ୍କର ଜୀବନ ଚାଲିଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ରହିଥିବା ଜଣାପଡ଼ିଛି । ଆପାର୍ଟମେଣ୍ଟରେ ଥିବା କାର ଜଳିଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ଆପାର୍ଟମେଣ୍ଟରେ ଫଶିଥିବା ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ।
“The eyes believe themselves, the ears believe other people.”
More Stories
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍