The Topmost

“The eyes believe themselves, the ears believe other people.”

ଭୋଜପୁରୀ ଅଭିନେତ୍ରୀଙ୍କ ମୁହଁରୁ ଭଜନ ଶୁଣିଲେ ବାବା !

ଭୋଜପୁରୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂ । ଯିଏ କି ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀଙ୍କ ନାମ ସର୍ବଦା ଭୋଜପୁରୀ ଅଭିନେତା ପବନ ସିଂଙ୍କ ସହ ଯୋଡା ଯାଉଥିବାବେଳେ ଅକ୍ଷରା ଅନେକ ଥର ଟ୍ରୋଲିଂର ଶିକାର ହେଉଥିବା ଦେଖାଯାଇଥାଏ । ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ବିବାଦରେ ଛନ୍ଦି ହେଉଥିବା ଅକ୍ଷରା ଏବେ ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିବା ଦେଖାଯାଇଛି । ଏହି ସମୟର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଅକ୍ଷରା ଅନ୍ୟ ଭକ୍ତମାନଙ୍କ ସହ ବାବାଙ୍କ ଶରଣରେ ବସିଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ, ସେ ବାବାଙ୍କ ଆଗରେ ଭଜନ ଗାନ କରିଥିବା ଦେଖାଯାଇଛି । ଭିଡିଓ ଏବଂ ଫଟୋରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଧୀରେନ୍ଦ୍ର ଶାସ୍ତ୍ରୀ ଅଭିନେତ୍ରୀଙ୍କ ଭଜନକୁ ଖୁବ ଧ୍ୟାନ ଦେଇ ଶୁଣୁଛନ୍ତି । ପ୍ରଶଂସକଙ୍କ ସହ ଏହାକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ‘‘ଯାହାଙ୍କ କଥା ସାରା ଦୁନିଆ ଶୁଣିବାକୁ ଅନାଇ ବସିଥାଏ, ସେ ଆଜି ମୋର ଭଜନ ଶୁଣିଲେ । ଏହା ମୋ ପାଇଁ ଏକ ବଡ କଥା । ବାଗେଶ୍ୱର ବାବାଙ୍କ ଜୟ ହେଉ।’’