ଉତ୍ତରାଖଣ୍ଡରୁ ଟଳୁନି ବିପଦ । ଏହାରିଭିତରେ ବାଦଲଫଟା ବର୍ଷ ଯୋଗୁଁ ପ୍ରଳୟ ଆସିଥିବା ବେଳେ ଏବେ ନିର୍ମାଣାଧିନ ସ୍ଥାନରେ ଘଟିଛି ଅଘଟଣ । ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଏକ ବ୍ରିଜ କାମ ଚାଲୁଥିବାବେଳେ ହଠାତ୍ ଭୁଷୁଡିପଡିବାରୁ କାମ କରୁଥିବା ଏକାଧିକ ଶ୍ରମିକ ମାଟି ତଳେ ଚାପି ହୋଇ ରହିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେବି ଅନେକ ଚାପିହୋଇରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଏସଡିଆରଫ ଟିମ୍ ଓ ରେସ୍କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରୁଦ୍ରପ୍ରୟାଗଠାରୁ ୬୭ କିଲୋମଟର ଦୂର ଋଷିକେଶ- ବଦ୍ରୀନାଥ ହାଇୱେ ପର ନାରକୋଟା ନିକଟରେ ଏକ ପୋଲ ନିର୍ମାଣ ହେଉଥିବାବେଳେ ଭୁଷୁଡିପଡିଥିଲା । ଏଯାଏଁ ୬ଜଣଙ୍କୁ ଉଦ୍ଧାର କରାଯାଇଥିଲେ ବି ଆହୁରି ୪ରୁ ୫ଜଣ ଶ୍ରମିକ ମାଟିତଳେ ରହିଥିବା ଆଶଙ୍କା କରାଯାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ