ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ ଏହି ଟିମ୍ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟର ତାଲିକା ପ୍ରସ୍ତୁତି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଆସିବା ଖବର ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି । ଗୋଟିଏ ପଟେ ତିନି ପ୍ରମୁଖ ଦଳର ରାଜନେତା ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ନିର୍ବାଚନ ଆୟୋଗର ପ୍ରୟାସ ମାହୋଲକୁ ସରଗରମ କରିଛି । ନିର୍ବାଚନ ପାଇଁ ବିଧିବଧ ଭାବେ ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ଆୟୋଗର ପ୍ରସ୍ତୁତି ରାଜନୀତିର ଖୋରାକ୍ ଯୋଗାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା