ଭିସୁଟକୁ ହଜାରେ କୋଟି ଦେବେ ରାଜ୍ୟ ସରକାର । ସମୀକ୍ଷା ପରେ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହଜାରେ କୋଟି ଦିଆଯିବ । ସ୍ଥିତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଏ ନେଇ ଘୋଷଣା କରିଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ହଜାରରୁ ୧୦ ହଜାରକୁ ବଢିବ । କେବଳ ସେତିକି ନୁହେଁ ଭିସୁଟକୁ ଆହୁରି ୮୦ ଏକର ଜମି ମଧ୍ୟ ଦିଆଯିବ । ଏ ନେଇ ସ୍ଥାୟୀ ଜମା ପଟ୍ଟା ମିଳିବ । ସେପଟେ ମୁଖ୍ୟ ଶାସନ ସଚିବ ସମଲେଇ ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି । ଡିଜାଇନରେ କିଛିଟା ପରିବର୍ତ୍ତନ ସତ୍ତ୍ୱେ ସଠିକ ସମୟରେ କାମ ସରିବା ନେଇ ଲକ୍ଷ୍ୟ ରଖାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା