ଆମେରିକା ଭାରତ ସହ ସମ୍ପର୍କ ବଞ୍ଚାଇବାକୁ ଚେଷ୍ଟା କରିବାରେ ବ୍ୟସ୍ତ । ଏଥିପାଇଁ ସେ ଏକ ସାମରିକ ସହାୟତା ପ୍ୟାକେଜ୍ ପ୍ରସ୍ତୁତ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଜୋ ବିଡେନ ଋଷ ଉପରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ର୍ନିଭରଶୀଳତାକୁ ହ ୍ରାସ କରିବା ପାଇଁ ଭାରତକୁ ୫୦୦ ମିଲିୟନ ଡଲାରର ସାମରିକ ସହାୟତା ଦେବାକୁ ଯାଉଛନ୍ତି । ତେବେ ଏହି ଡିଲ୍ କେବେ ଘୋଷଣା କରାଯିବ କିମ୍ବା ଏଥିରେ କେଉଁ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୂକ୍ତ କରାଯିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି । ଭାରତକୁ ସୁରକ୍ଷା ସହଭାଗୀ କରିବା ପାଇଁ ରାଷ୍ଟ୍ରପତି ଜୋ ବିଡେନଙ୍କ ଉଦ୍ୟମର ଏହା ଏକ ଅଂଶ ଅଧିକାରୀ କହିଛନ୍ତି ଯେ ଆମେରିକା ଚାହୁଁଛି ଯେ ଭାରତ ଏହାକୁ ଏକ ର୍ନିଭରଯୋଗ୍ୟ ଅଂଶୀଦାର ଭାବରେ ଦେଖୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ଆମେରିକା ପ୍ରଶାସନ ଫ୍ରାନ୍ସ ସମେତ ଅନ୍ୟ ଦେଶ ସହ କାର୍ଯ୍ୟ କରୁଛି ।
ସେ କହିଛନ୍ତି ଯେ ଋଷ ଠାରୁ ଭାରତ ନିଜର ସାମରିକ ପ୍ଲାଟଫର୍ମକୁ ବିବିଧ କରୁଛି, କି;ୁ ଆମେରିକା ଏହାକୁ ଶୀଘ୍ର ସାହାଯ୍ୟ କରିବାକୁ ଚାହେଁ । ଏହା ସେ ଭାରତ ଅନ୍ତର୍ଜାତୀୟ କାର୍ଯ୍ୟରେ ନିଜର ପଥ ଅନୁସରଣ କରେ । ଇତିହାସ ଏହାର ସାକ୍ଷୀ । ଆମେରିକା ଭାରତ ସହିତ ୨୦ ବର୍ଷର ସମ୍ପର୍କକୁ ବିପଦରେ ପକାଇବ ନାହିଁ । ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ ମୁକାବିଲା କରିବା ପାଇଁ ଆମେରିକା ଭାରତକୁ ଏକ ଉତ୍ତମ ବିକଳ୍ପ ଭାବରେ ଦେଖୁଛି । ତେଣୁ ଆମେରିକା କେବେବି ଭାରତ ସହ ନିଜର ସମ୍ପର୍କକୁ ତୁଟାଇବ ନାହିଁ । ଏହ ସହିତ ଆମେରିକା ଏହା ମଧ୍ୟ ଚାହେଁ ଯେ ଭାରତ ଋଷ ଠାରୁ ନିଜର ସମର୍ଥନକୁ ଫେରାଇ ଆଣୁ । ସେଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏପରି ଏକ ଚୁକ୍ତି କରିବା କଥା ବା ବିଶେଷ ଭାବରେ କହିବାକୁ ଗଲେ ଲାଞ୍ଚ ଦେବାକୁ ଚେଷ୍ଟା କକୁଛି ।
More Stories
ସଫଳତା ରାତାରାତି ଆସେନି, ଏଥିପାଇଁ ଦରକାର ହାଡଭଙ୍ଗା ପରିଶ୍ରମ
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..