The Topmost

“The eyes believe themselves, the ears believe other people.”

ଭାରତ ମଣ୍ଡପମରେ ଶୋଭା ପାଇଲା କୋଣାର୍କ ଚକ୍ର

ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ । ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭା ପାଇଲା କୋଣାର୍କ ଚକ୍ର । ଏହିଠାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜଣଙ୍କ ପରେ ଜଣେ ନେତା ଭାରତ ମଣ୍ଡପମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୋଣାର୍କ ଚକ୍ର ସାମ୍ନାରେ କିଛି ସମୟ ଅଟକି ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଏହି କୋଣାର୍କ ଚକ୍ର ବିଷୟରେ ପଚାରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ କୋଣାର୍କ ଐତିହ୍ୟ ସମ୍ପର୍କରେ ବୁଝାଇଥିଲେ । ବିଶ୍ୱନେତାଙ୍କୁ କୋଣାର୍କ ଚକ୍ର ଆଗରେ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବାର ଫଟୋ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମ ଓଡ଼ିଆ ଭାଇ, ଭଉଣୀଙ୍କ ପାଇଁ ଗର୍ବର ମୂହୁର୍ତ୍ତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।