ମିଆଁମାରର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ବିଦ୍ରୋହୀ ଗୋଷ୍ଠୀମାନେ ସେଠାରେ ଥିବା ସେନାକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରି ଚାଲିଛନ୍ତି । ମିଆଁମାରରେ ସାମରିକ ଶାସନ ଚାଲିଛି । ସେଠାରେ ଥିବା ସେନାକୁ ଜୁଣ୍ଟା କୁହାଯାଏ । ବିଦ୍ରୋହୀମାନେ କ୍ରମାଗତ ଭାବରେ ସାମରିକ ଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି । ଲାଗୁଛି ଯେମିତି ବିଦ୍ରୋହୀ ମାନଙ୍କୁ ଟିକେ ବି ଡ଼ରଭୟ ନାହିଁ । ଭାରତ ସୀମାରେ ଥିବା ବିଦ୍ରୋହୀଙ୍କ ଆଡ୍ଡା ଉପରେ ମିଆଁମାର ଏୟାର ଷ୍ଟ୍ରାଇକ୍ କରିଛି । ଏହା ପରେ ମିଜୋରାମରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ କେତେ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଛି ତାର ସୂଚନା ଉପଲବ୍ଧ ନାହିଁ । ଏହି ବିଦ୍ରୋହୀମାନେ ଭାରତ-ମିଆଁମାର ସୀମାରେ ନିଜର ଶିବିର ସ୍ଥାପନ କରିଛନ୍ତି । ଯାହାକୁ ମିଆଁମାର ବାୟୁସେନା ଦ୍ୱାରା ଆକ୍ରମଣ କରାଯାଇଥିଲା । ବାସ୍ତବରେ ମିଆଁମାରର ଅବସ୍ଥା ଦିନକୁଦିନ ବିଗିଡିବାରେ ଲାଗିଛି । ବିଦ୍ରୋହୀ ଗୋଷ୍ଠୀମାନେ ସେଠାରେ ଥିବା ସେନାକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ