The Topmost

“The eyes believe themselves, the ears believe other people.”

ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ

ଆଜି ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ ପୂରିଛି । ୧୮୭୫ ମସିହା ଜାନୁଆରୀ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ । ଏହି ୧୫୦ ବର୍ଷ ଭିତରେ ବିଭିନ୍ନ ସମୟରେ ପାଣିପାଗର ପ୍ରାକ୍ ସୂଚନା ଦେଇ ଚାଲିଛି ଆଇଏମଡି । ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ । ନିକଟରେ ଫନି, ହୁଡହୁଡ, ଫାଇଲିନ୍ ପରି ବାତ୍ୟା ଦେଖିଛି ଓଡ଼ିଶା । ହେଲେ ପାଣିପାଗ ବିଭାଗର ସଠିକ୍ ଆଗୁଆ ଆକଳନ ପାଇଁ ଏପରି ପ୍ରଳୟଙ୍କାରୀ ବାତ୍ୟାର ମୁକାବିଲା କରାଯାଇପାରିଛି । ଅନେକ ଧନ ଜୀବନ ରକ୍ଷା କରାଯାଇପାରିଛି । ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଜଣେ ଓଡ଼ିଆ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମଡି ଡିଜି ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ ଅନେକ ନୂଆ ନୂଆ ଗବେଷଣା ଜାରି ରଖିଛି ।