ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଚରମ ସ୍ଥିତିରେ ପହଂଚିଛି । ଏବେ ଏହି ବିବାଦ ଉପରେ ନଜର ରଖିଛି ଆମେରିକା । ବିବାଦକୁ ନେଇ ଆମେରିକା ପକ୍ଷରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଉଭୟ ପକ୍ଷର ସଂଘର୍ଷ ଶୀଘ୍ର ବିଚ୍ଛନ୍ନ ହୋଇଥିବାରୁ ଖୁସି ପ୍ରକାଶ କରିଛି ଆମେରିକା । ଏହାସହ ସ୍ଥିତି ନିୟନ୍ତ୍ରଣ ନେଇ ଭାରତର ପଦକ୍ଷେପକୁ ପ୍ରଶଂସା କରିଛି ଆମେରିକା । ତେବେ ଏଲଏସିରେ ହେଉଥିବା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି । ଦ୍ୱିପାକ୍ଷିକ ଆଲୋଚନାରେ ଦୁଇ ଦେଶର ବିବାଦ ସମାଧାନ ହେଉ ବୋଲି ଆଶା ପ୍ରକାଶ କରିଛି ଆମେରିକା । ସହଯୋଗୀ ଦେଶକୁ ସୁରକ୍ଷା ପାଇଁ ଆମେରିକା ସବୁବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ