ଓଡିଶାରେ ପହଞ୍ଚିଛି ଭାରତ ଯୋଡ ନ୍ୟାୟ ଯାତ୍ରା । ଝାଡଖଣ୍ଡରୁ ଏହି ନ୍ୟାୟଯାତ୍ରା ଆଜି ସୁନ୍ଦରଗଡର ବୀରମିତ୍ରପୁରରେ ପହଂଚିଛି । ଏହି ଯାତ୍ରା ପହଂଚିବା ପରେ ହଜାର ହଜାର କଂଗ୍ରେସ କର୍ମୀ ଯାତ୍ରା ସହ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଭାରତକୁ ଯୋଡିବା ପାଇଁ ତାଙ୍କର ଏହି ଯାତ୍ରା । ଏହାସହ ଭାରତର ନାଗରିକଙ୍କ ଉପରେ ସରକାରଙ୍କ ଦ୍ୱାରା ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଏହି ଯାତ୍ରା ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି କି, ଦେଶର ସବୁବର୍ଗର ଲୋକଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ । ସେପଟେ ଅନେକ ଦିନ ପରେ କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କୁ ନିକଟରୁ ଦେଖି ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ