ମହାକାଶରେ ଭାରତକୁ ମିଳିଥିବା ସଫଳତାର ସଦୁପୋଯୋଗ ନେବା ସହ ଏହାର ପୂର୍ଣ୍ଣ ସୁଯୋଗ ନେବା ଉଚିତ । କାରଣ ଏହାକୁ ଆଧାର କରି ଆମକୁ ଭବିଷ୍ୟତ ପାଇଁ ସଜାଗ ରହିବାକୁ ପଡିବ । ଅନ୍ତରୀକ୍ଷକୁ ମାରଣାସ୍ତ୍ର ପଠାଇବା ଆରମ୍ଭ ହେଲାଣି । ସେଦିନ ଆଉ ବେଶି ଦୂର ନୁହେଁ ଯେବେ ପରବର୍ତ୍ତୀ ଯୁଦ୍ଧ ମହାକାଶରେ ହେବ । ଭୂପୃଷ୍ଠ ସହ ସମୁଦ୍ର, ଆକାଶ ,ସାଇବର ଓ ମହାକାଶରେ ଯୁଦ୍ଧ ଲାଗିବ । ତେଣୁ ଭାରତକୁ ମଧ୍ୟ ଏଥିପାଇଁ ନିଜର ରକ୍ଷାତ୍ମକ ଓ ଆକ୍ରମଣାତ୍ମକ ଦକ୍ଷତାକୁ ବୃଦ୍ଧି କରିବା ଉଚିତ । ଏକ ସାମ୍ବାଦିକ ସମ୍ମଳନୀରେ ଏଭଳି କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭିଆର ଚୌଧୁରୀ । ଭିଆର ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ, , ଆମର ପଡ଼ୋଶୀମାନେ ସର୍ବଦା ଅପ୍ରତ୍ୟାଶିତ ଭାବେ ଆକ୍ରମଣ କରୁଛନ୍ତି। ତେଣୁ ଆମକୁ ଆମ ସାମୁହିକ ଶକ୍ତି ବଢ଼ାଇବାକୁ ପଡ଼ିବ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ