The Topmost

“The eyes believe themselves, the ears believe other people.”

ଭଗବାନଙ୍କ ରାଣଖାଉଛି, ଅଜିତ ଡୋଭାଲଙ୍କୁ ଭେଟିନାହିଁ : ଆଜାଦ

ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କୁ ଆତଙ୍କବାଦୀଙ୍କ ପକ୍ଷରୁ ଧମକ ମିଳିଛି । ଜାମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବା ବେଳେ ଗୁଲାମ କହିଛନ୍ତି, ତାଙ୍କୁ ଏହିଭଳି ସୂଚନା ମିଳିଛି ଯେ ଲସ୍କର ଏ ତୋଏବା ସହ ଜଡିତ ଦ ରେଜିଷ୍ଟ୍ରେସନ ଫ୍ରଣ୍ଟ ଜୀବନରୁ ମାରିଦେବାକୁ ଧମକ ଦେଇଛି । ନିଜ ଦଳର ଘୋଷଣା ପୂର୍ବରୁ ଗୁଲାମ ବର୍ତ୍ତମାନ ଜାମ୍ମୁକାଶ୍ମୀରର ବିଭିନ୍ନ ଅଞ୍ଚଳରେ ଜନସଭା କରିଚାଲିଛନ୍ତି । ଏହାରି ମଧ୍ୟରେ ତାଙ୍କୁ ମାରିବାକୁ ଧମକ ମିଳିଛି । ସେହିଭଳି ସେ କହିଛନ୍ତି, କୁହାଯାଉଛି ଯେ ଏଠାକୁ ଆସିବା ପୂର୍ବରୁ ମୁଁ ଗୃହମନ୍ତ୍ରୀ ଅମିତ ଶାହ, ଏନଏଏସ ଅଜିତ ଡୋଭାଲଙ୍କୁ ଭେଟିଛି । ତେବେ ମୁଁ କହିରଖିବାକୁ ଚାହେଁ ଯେ ମୁଁ କେବେ ଅଜିତ ଡୋଭାଲଙ୍କୁ ଭେଟିନାହିଁ । ମୁଁ ଭଗବାନଙ୍କ ରାଣଖାଉଛି । ହଁ ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଖାକରିଛି, ସେ ଗୃହମନ୍ତ୍ରୀ ଏବଂ ସଂସଦରେ ଆମର ଦେଖାସାକ୍ଷାତ ହୋଇଥାଏ । ଏହା ମୋର କାମର ଅଂଶ । ମୁଁ ବିଭିନ୍ନ ଦଳର ନେତାଙ୍କୁ ମଧ୍ୟ ଭେଟିଥାଏ ।