The Topmost

“The eyes believe themselves, the ears believe other people.”

ଭକ୍ତଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ 

ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ପୂର୍ବରୁ ଏହାକୁ ପରିଚାଳିତ କରୁଥିବା ଶ୍ରାଇନବୋର୍ଡ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ଏଥର ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥରର ଏହି ଯାତ୍ରା ସବୁଠୁ ସ୍ୱତନ୍ତ୍ର ଓ ଦୀର୍ଘ ସମୟ ଧରି ଚାଲିବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ପକ୍କା ହୋଇଛି । ଶ୍ରଦ୍ଧାଳୁଙ୍କୁ କିପରି ବାଦଲଫଟା ବର୍ଷା ଓ ଭୂସ୍ଖଳନରୁ ରକ୍ଷା କରାଯିବ ସେଥିପାଇଁ ପ୍ରଶାସନ ତଥା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥର ଅମରନାଥଙ୍କ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରାଇଥିବାବେଳେ ସେମାନଙ୍କ ପାଇଁ ନୁନବନ୍ ପହଲଗାମ ଠାରେ ହଲ୍ଟିଙ୍ଗ କ୍ୟାମ୍ପ କରାଯାଇଛି । ଏହି ମାର୍ଗରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯେପରି ଭୂସ୍ଖଳନ ସମସ୍ୟାକୁ ଏଡାଇବାକୁ କିଛି ସମ୍ବେଦନଶୀଳ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ହେଲମେଟ ପିନ୍ଧିବା ଉପରେ ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ତେବେ ଏହି ହେଲମେଟ୍ ଶ୍ରଦ୍ଧାଳୁଙ୍କୁ ନିଃଶୁଳ୍କ ଭାବେ ଦିଆଯିବ ।