ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେବାୟତଙ୍କ ସଚେତନତା । ରବିବାର କିଛି ଭକ୍ତ ହାପ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶ୍ରୀମନ୍ଦିରର ସେବାୟତ ଲୁଗା ପିନ୍ଧାଇବାରେ ସହାୟତା କରିବା ସହ ସଚେତନ କରାଇଥିଲେ। ମହାପ୍ରଭୁଙ୍କ ନିକଟକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ଶାଳୀନତାପୂର୍ଣ୍ଣ ପୋଷାକ କିପରି ପିନ୍ଧିବେ ସେ ନେଇ ଶ୍ରୀମନ୍ଦିର ସେବାୟତଙ୍କ ଏପରି ପ୍ରୟାସ ପ୍ରଶଂସନୀୟ । ସାଧାରଣରେ ସେବାୟତଙ୍କୁ ପ୍ରଂଶସା ମଧ୍ୟ କରାଯାଉଛି । ଶ୍ରୀମନ୍ଦିରକୁ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଯିବା ପାଇଁ ପୂର୍ବରୁ ଯୁକ୍ତି ବାଢ଼ି ଆସିଛନ୍ତି । ଅନେକ ସମୟରେ ଭକ୍ତମାନେ ଫ୍ୟାସନ ଦେଖାଇବାକୁ ଯାଇ ଶାଳିନତା ଭୁଲି ଯାଉଥିବା ଭଳି ଅଭିଯୋଗ ହୋଇଛି । ଏପରିକି ଶ୍ରୀମନ୍ଦିର ସମ୍ମୁଖରେ ଭିଡିଓ କରି ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି । ବିଭିନ୍ନ ସମୟରେ କିଛି ଭକ୍ତ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ନଯିବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏଣୁ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ପାଇଁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ
ଦୃଷ୍ଟିବାଧିତ ପିଲାଙ୍କୁ ମିଳିବ କମ୍ପିଟେଟିଭ୍ ବ୍ରେଲି ବହି, ସରକାରଙ୍କ ଭିନ୍ନ ପ୍ରୟାସ