The Topmost

“The eyes believe themselves, the ears believe other people.”

ବ୍ୟାଙ୍କ୍ ଆଗରେ ଟ୍ୟାଙ୍କ୍, ଟଙ୍କା ଉଠାଇବାକୁ ନା !

ଚାଇନାରେ ବ୍ୟାଙ୍କ ଗୁଡ଼ିକରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ବ୍ୟାଙ୍କଜନିତ ସଙ୍କଟ ଦେଇ ଗତି କରୁଥିବା ଚାଇନାରେ ଗ୍ରାହକଙ୍କ ଆକାଉଣ୍ଟ ସିଜ୍ କରିଦିଆଯାଇଛି । ଯାହା ପରେ ଲୋକେ ରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତେବେ ସ୍ଥିତି ଏତେ ଖରାପ ହୋଇପଡ଼ିଲା ଯେ ବ୍ୟାଙ୍କ ବାହାରେ ସରକାରଙ୍କୁ ଟ୍ୟାଙ୍କ ମୁତୟନ କରିବାକୁ ପଡ଼ିଛି । ବ୍ୟାଙ୍କ ଗୁଡ଼ିକ ଟଙ୍କା ଉଠାଇବା ଉପରେ ରୋକ୍ ଲଗାଇବା ନିଷ୍ପତିକୁ ଲୋକେ ଖୁବ୍ ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ଜୋରଦାର ଆନ୍ଦୋଳନ କରିଛନ୍ତି । ଆଉ ଲୋକଙ୍କୁ ଡରାଇବା ପାଇଁ ବ୍ୟାଙ୍କ ବାହାରେ ଟ୍ୟାଙ୍କ ମୁତୟନ କରାଯାଇଛି ।