The Topmost

“The eyes believe themselves, the ears believe other people.”

ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ୍

ଏଣିକି ଗାଁରେ ଗଡିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ପରିବହନର ସୁବିଧା ପାଇଁ ମୋ ବସ୍ ଚଳାଚଳ କରିବ। ବ୍ଲକରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି । କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।