ବ୍ରିଟେନ ଗ୍ରେଟ୍ ୟାରମାଉଥ୍ ନିକଟରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହା ବିସ୍ଫୋରଣ ହେବାରୁ ୨୪କିଲୋମିଟର ଯାଏଁ ଥରିଉଠିଥିଲା । ଏବେ ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ମଙ୍ଗଳବାର ସକାଳ ସମୟରେ ଗ୍ରେଟ୍ ୟାରମାଉଥ୍ ଗ୍ୟାସ ପାଇପ କାମ ଚାଲୁଥିବାବେଳେ ଏକ ବୋମା ଦେଖିବାକୁ ମିଳିଥିଲା । ଏହାକୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ଜାଣିବାକୁ ମିଳିଥିଲା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏପରି ଭାବେ ବିସ୍ଫୋରଣ ହୋଇଥିଲା ଯେ, ପାଖାପାଖି ୨୪ କିଲୋମିଟର ଯାଏଁ ଅଞ୍ଚଳ ଥରି ଉଠିଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ