ଭାରତ ପୁଣି ଥରେ ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’କୁ ସମର୍ଥନ କରିବାକୁ ମନା କରି ଦେଇଛି, ଯାହା ଚୀନକୁ କଡ଼ା ଝଟକା ଦେଇଛି। ପାକ୍ ଅଧିକୃତ କଶ୍ମୀରରେ ୬୦ ବିଲିୟନ ଡଲାରର ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର (ସିପିଇସି) ନିର୍ମାଣ ହେଉଥିବାରୁ ଏହାକୁ ଭାରତ ବିରୋଧ କରିଛି। ବିସ୍କେକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଏସସିଓ ସଦସ୍ୟମାନେ ଆନ୍ତର୍ଜାତିକ ଆଇନର ନୀତିକୁ କଡ଼ାକଡ଼ି ଭାବେ ପାଳନ କରି, ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଇ ଏବଂ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହିତ କରି ଏହି ଅଞ୍ଚଳରେ ସ୍ଥିରତା ଏବଂ ସମୃଦ୍ଧି କୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ କାର୍ୟ୍ୟ କରିବା ଉଚିତ୍ । ଏସ୍ସିଓ ରାଷ୍ଟ୍ରମାନେ ଅନ୍ତର୍ଜାତୀୟ ଆଇନର ପାଳନ କଡ଼ାକଡ଼ି କରିବା ଉଚିତ। ଆଞ୍ଚଳିକ ସ୍ଥିରତା ଏବଂ ପ୍ରଗତି ଦିଗରେ ଏକାଠି କାମ ନକଲେ ଏସ୍ସିଓର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭଣ୍ଡୁର ହୋଇଯିବ ବୋଲି ଜୟଶଙ୍କର ଚେତାଇ ଦେଇଛନ୍ତି। ଚୀନ୍କୁ ଇଙ୍ଗିତ କରି ଜୟଶଙ୍କର କହିଛନ୍ତି, ପରସ୍ପରର ସାର୍ବଭୌମତ୍ବ ଏବଂ ଭୌଗୋଳିକ ଅଖଣ୍ଡତାକୁ ସମ୍ମାନ ଦେଇ କାର୍ୟ୍ୟ କଲେ ହିଁ ଅର୍ଥନୈତିକ ସହଯୋଗ ସୁଦୃଢ଼ ହୋଇପାରିବ। ଚୀନ୍ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଚାପରେ ରଖିବା ପାଇଁ ସୀମାରେ ଅଯଥା ଉତ୍ତେଜନା ବଢ଼ାଉଥିବା ବେଳେ ଜୟଶଙ୍କରଙ୍କ ଏହି ଟିପ୍ପଣୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ