ଆଜିଠୁ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ । ଘରୋଇ ଓ ବୈଶ୍ବିକ ନିବେଶକଙ୍କ ପାଇଁ ନିବେଶକର ଗନ୍ତବ୍ୟସ୍ଥଳ ହେବା ନିମନ୍ତେ ରାଜ୍ୟ ସରକାର ବୟନ ପୋଷାକ ଓ ବୈଷୟିକ ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦେଇ ଆଜିଠାରୁ ବେଙ୍ଗାଳୁରୁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବରିଷ୍ଠ ପ୍ରତିନିଧି ବୈଠକରେ ଯୋଗଦେବେ। ଏହି ସମ୍ମିଳନୀରେ କର୍ଣ୍ଣାଟକ ଓ ଆଖପାଖ ରାଜ୍ୟର ନିବେଶକ ସାମିଲ ହେବେ ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା