ମାର୍ଚ୍ଚରେ ରାଜ୍ୟରେ କରୋନାର ଚତୁର୍ଥ ଲହର ଆସିବା ସମ୍ଭାବନା । ସମ୍ଭାବ୍ୟ ଲହରକୁ ନଜରରେ ରଖି ବୁଷ୍ଟର ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଲୋକଙ୍କ ଆଗ୍ରହକୁ ଦେଖି ରାଜ୍ୟ ସରକାର ମଧ୍ୟ କେନ୍ଦ୍ରକୁ ଟିକା ଯୋଗାଇଦେବାକୁ ଚିଠି ଲେଖିଛନ୍ତି । ହେଲେ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇବେ କି ନାହିଁ ସେନେଇ କିଛି ନିଷ୍ପତ୍ତି ହୋଇନଥିବାରୁ ଏବେ ସରକାରୀ ବ୍ୟବସ୍ଥାରେ ଟିକା ମିଳୁନି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିକଟରେ ଆବଶ୍ୟକ ପରିମାଣର ବୁଷ୍ଟର ଡୋଜ୍ ମହଜୁଦ୍ ଅଛି । ରାଜ୍ୟ ସରକାର ଚାହିଁଲେ ଟିକା କିଣିପାରିବେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ