ବୁର୍ଲା ଭିସୁଟ ଛାତ୍ରୀଙ୍କ ମୃତଦେହ ଠାବ ହେଲା । ପାୱାର ଚ୍ୟାନେଲକୁ ଡେଇଁ ଗତକାଲିଠୁ ନିଖୋଜ ଥିବାବେଳେ ଆଜି ମିଳିଛି ପତ୍ତା । ଅଗ୍ନିଶମ କର୍ମଚାରୀ କାଲି ରାତିରୁ ଖୋଜାଖୋଜି ଆରମ୍ଭ କରି ଥିବାବେଳେ ଆଜି ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହକୁ ଠାବ କରିଛନ୍ତି । ପରେ ତାଙ୍କ ମୃତଦେହକୁ ବୁର୍ଲା ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଚିନ୍ମୟୀ ନିଖୋଜ ହେବା ନେଇ ଗତ ରାତିରେ ଭିସୁଟ ରେଜିଷ୍ଟାର ଫୋନ୍ କରି ସମ୍ବଲପୁର ଥାନାକୁ ଅବଗତ କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା । ମାତ୍ର ଅନ୍ଧାର ମଧ୍ୟରେ ଖୋଜାଖୋଜି ସମ୍ଭବ ନ ହେବାରୁ ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଭିସୁଟର ବରିଷ୍ଠ ଅଧିକାରୀଙ୍କ ସମେତ ଚିନ୍ମୟୀଙ୍କ ପରିବାର ଲୋକେ, ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା