ଦୀପାବଳି ପୂର୍ବରୁ ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ । ଆଗକୁ ଦିପାବଳୀ କିନ୍ତୁ ଏବେଠୁ ହିଁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ସମସ୍ୟା ଦେଖାଗଲାଣି । ବାୟୁର ମାନ ଖରାପ ହେବା ଯୋଗୁଁ ପୁଣି ଅସ୍ତବ୍ୟସ୍ତ ହେଲେଣି ଦିଲ୍ଲୀବାସୀ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି । ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନର ୨ୟ ପର୍ଯ୍ୟାୟ ଲାଗୁ କରାଯାଇଛି । ନିୟମ ଅନୁସାରେ ରେଷ୍ଟୁରାଂଟ ଓ ବିଭିନ୍ନ ଛୋଟ ବଡ ଭୋଜନାଳୟରେ କୋଇଲା ଏବଂ କାଠ ଚୁଲା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ଡିଜେଲ ଜେନେରେଟର ବ୍ୟବହାର ମଧ୍ୟ ନିଷେଧ କରାଯାଇଛି । ଶନିବାର ଦିଲ୍ଲୀର ବିଭିନ୍ନ ଅଂଚଳରେ ବାୟୁର ଗୁଣବତା ୩ଶହ ଉପରେ ରହିଥିଲା । ତେଣୁ ଆଗକୁ ରାଜଧାନୀର ସ୍ଥିତି ଅଧିକ ବିଗିଡିବା ଆଶଙ୍କା ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍