The Topmost

“The eyes believe themselves, the ears believe other people.”

ବିଶ୍ୱ ମାନଚିତ୍ରରୁ ହଟିଯିବ ୟୁକ୍ରେନ !

ଥମିବାର ନାଁ ଧରୁନି ରୁଷ-ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ଏହି ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ବିଶ୍ୱ ମାନଚିତ୍ରରୁ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବରେ ଲିଭାଇଦାକୁ ଚାହୁଁଛନ୍ତି । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଜାତିସଂଘରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ମ କହିଛନ୍ତି । ବ୍ରିଟେନ ସାମରିକ ବାହିନୀ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ରୁଷ ଦଖଲରେ ଥିବା ଅଞ୍ଚଳରେ ଉକ୍ତ ରାଷ୍ଟ୍ର ଜନମତ ସଜମତ ପାଇଁ ଯୋଜନା କରୁଛି । ଜାତିସଂଘ ନିରାପତ୍ତା ପରିଷଦରେ ପ୍ରକାଶ କରି ସେ କହିଛନ୍ତି ଯେ ୟୁକ୍ରେନର ପୂର୍ବ ଭାଗରେ ଥିବା ଡନେସ୍କ ଏବଂ ଲୁହାନସ୍କ ଏବଂ ଦକ୍ଷିଣରେ ଥିବା ଖେରସନ ଏବଂ ଜାପୋରିଜିଆକୁ ନିଜ ସୀମା ସହିତ ମିଶାଇକାକୁ ରୁଷ ମୂଳ ସ୍ତରରୁ ପ୍ରସ୍ତୁତି କାର୍ଯ୍ୟ ଚଳାଇଥିବା ସୂଚନା ମିଳୁଛି । ଏହାସହ ଉକ୍ତ ଅଞ୍ଚଳରେ ରୁଷ ନିଜର ଛାୟା ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ମଧ୍ୟ ଯୋଜନା କରିଛି । ଏହା ପଛରେ ସେଠାରେ ରୁଷ ଜନମତ ସଂଗ୍ରହ ପାଇଁ ରଖିଥିବା ଯୋଜନା ନିହିତ ରହିଛି। ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ଏହାର ପାଲଟା ଆକ୍ରମଣରେ ବହୁ ସଂଖ୍ୟକ ରୁଷ ସୈନ୍ୟ ପ୍ରାଣ ହରାଇଛନ୍ତିଏବଂ ଖେରସନ ଅଞ୍ଚଳରେ ଥିବା ରୁଷର ଦୁଇଟି ଅସ୍ତ୍ରାଗାର ଧ୍ୱସ ପାଇଯାଇଛି ।