ବିଶ୍ୱ ଦେଖିଲା ଓଡ଼ିଶା ନୌବାଣିଜ୍ୟର ପରମ୍ପରା । ଭାରତ ଆର୍ନ୍ତଜାତୀୟ ମେଳା-୨୦୨୩ରେ ଓଡ଼ିଶା ପ୍ୟାଭିଲିୟନରେ ଚିତ୍ରିତ ହୋଇଛି ଓଡ଼ିଶା ନୌବାଣିଜ୍ୟର ଝଲକ । ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ନୁଆଦିଲ୍ଲୀର ପ୍ରଗତି ମଇଦାନରେ ୪୨ ତମ ଭାରତ ଆର୍ନ୍ତଜାତୀୟ ମେଳା-୨୦୨୩ର ଆୟୋଜନ କରାଯାଇଛି । ସେଠାରେ ଓଡ଼ିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ବସୁଧୈବ କୁଟୁମ୍ବକମ, ୟୁନାଇଟେଡ ବାଇ ଟ୍ରେଡ୍ ବିଷୟବସ୍ତୁ ଆଧରରେ ଓଡ଼ିଶା ପ୍ୟାଭିଲୟନ ପ୍ରସ୍ତୁତ କରାଯାଇଛି । ଏଥିରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା, କୃଷି, ହସ୍ତତନ୍ତ ଓ ହସ୍ତଶିଳ୍ପ ସମେତ ବିଭିନ୍ନ ଉତ୍ପାଦର ବିବିଧତା ପ୍ରଦର୍ଶିତ ହୋଇଛି । ଏଥିସହ ଉତ୍କୃଷ୍ଟ କଳା, ମୂର୍ତ୍ତି, ବୟନ ଶିଳ୍ପର ପ୍ରଦର୍ଶନ କରାଯାଇଛି । ସେହିପରି ମଣ୍ଡପରେ ରଘୁରାଜପୁରର ପଟଚିତ୍ର, ପିପିଲିର ଚାନ୍ଦୁଆ, ସମ୍ବଲପୁରୀ ବସ୍ତ୍ର ଦ୍ୱାରା ସୁସଜ୍ଜିତ ବୋଇତ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା