The Topmost

“The eyes believe themselves, the ears believe other people.”

world's smallest car

ବିଶ୍ୱର ସବୁଠୁ ଛୋଟ କାର

୧୩୪ ସେମି ଲମ୍ବା, ୯୮ ସେମି ଚଉଡ଼ା ଏବଂ ୧୦୦ ସେମି ଉଚ୍ଚତା ବିଶିଷ୍ଟ ଏହି ନୀଳ ରଙ୍ଗର କାର୍‌ ହେଉଛି ଦୁନିଆର ସବୁଠୁ ଛୋଟ କାର୍‌ । ଏହି କାର୍‌ର ନାମ ‘ପିଲ୍‌ ପି୫୦’ । କାର୍‌ ମାଲିକଙ୍କ କହିବା ଅନୁଯାୟୀ ଲୋକମାନେ ତାଙ୍କର ଏହି ଛୋଟ କାର୍‌କୁ ନେଇ ଥଟ୍ଟାପରିହାସ କରନ୍ତି । ହେଲେ ତାଙ୍କୁ ଅନ୍ୟ କାର ତୁଳନାରେ ତେଲ ଖର୍ଚ୍ଚ ବହୁତ କମ୍‌ ପଡ଼ୁଛି । ୩୧ ବର୍ଷୀୟ ଆଲେକ୍ସ ଓର୍ଚିନ୍‌ ଏହି କୁ୍ୟଟ୍‌ କାର୍‌ର ମାଲିକ । ସେ ପ୍ରତିଦିନ କାମ ପାଇଁ ବ୍ରିଟେନର ସସେକ୍ସନ ସହରରୁ ନିଜ ନୀଳ ରଙ୍ଗର କାରରେ ଯାତ୍ରା କରନ୍ତି । ଆଲେକ୍ସ ୫ ଫୁଟ ୧୧ ଇଞ୍ଚର ହୋଇଥିଲେ ବି କାର୍‌ରେ ଏକଦମ ଫିଟ୍‌ ହୋଇଯାଆନ୍ତି ଏବଂ ଗାଡ଼ି ଡ୍ରାଇଭ କରିବା ବେଳେ କୌଣସି ବି ଅସୁବିଧା ହେଉନାହିଁ । ଏହାର ଟାଙ୍କିରେ ମାତ୍ର ୫ଲିଟରର ପେଟ୍ରୋଲ ଭରି ହେବ । ଏଥିରେ ପ୍ରତି ଲିଟର ପ୍ରାୟ ୪୨କିଲୋମିଟର ଏବଂ ଘଣ୍ଟା ପ୍ରତି ୩୭କିଲୋମିଟର ବେଗ ପର୍ଯ୍ୟନ୍ତ ଯାତ୍ରା କରିପାରେ । ତିନୋଟି ଚକା ସହ ୪.୫ ହର୍ସପାୱର ଇଞ୍ଜନ ଥିବା ଏହି କାର୍‌ର ନିର୍ମାଣ ବ୍ରିଟେନର ପିଲ୍‌ ଇଞ୍ଜିନିୟରିଂ କମ୍ପାନୀ କରୁଛି । ଗତବର୍ଷ ଆଲେକ୍ସ ଏହି କାର୍‌ରେ ସମଗ୍ର ବ୍ରିଟେନ ଭ୍ରମଣ କରିଥିଲେ । ସେ କହିଛନ୍ତି, ତାଙ୍କୁ ପିଲାଟିବେଳୁ ହିଁ ପୁରୁଣା, ଭିଣ୍ଟେଜ୍‌ ଏବଂ ନିଆରା ଦେଖାଯାଉଥିବା ଗାଡ଼ି ବହୁତ ପସନ୍ଦ ।

world's smallest car
world’s smallest car @thetopmost-01

http://thetopmost.in/?p=1053

http://thetopmost.in/?p=1048

http://thetopmost.in/?p=1042

http://thetopmost.in/?p=1030

ତାଙ୍କ ପାଖରେ ୧୯୧୪ ମଡେଲ ଟି ଏବଂ ୧୯୬୮ ମୋରିସ୍‌ ମାଇନର କାର୍‌ ବି ଅଛି । ଯେତେବେଳେ ସେ ପି୫୦ କାର୍‌ର ଛୋଟ ସାଇଜ୍‌ ଦେଖିଥିଲେ, ତାଙ୍କୁ ବହୁତ ପସନ୍ଦ ଆସିଥିଲା । ହେଲେ ଏହାର ମୂଲ୍ୟ ଜାଣିବା ପରେ ଆଚମ୍ବିତ ହୋଇଯାଇଥିଲେ । ଏହି କାର୍‌ର ମୂଲ୍ୟ ପ୍ରାୟ ୮୪ଲକ୍ଷରୁ ଅଧିକ । ତେଣୁ ସେ ତାଙ୍କ ସହରର ଅନ୍ୟ ଜଣେ ବ୍ୟକ୍ତିଠାରୁ ଏହି ପୁରୁଣା କାର କିଣିଛନ୍ତି । ରିପୋର୍ଟ ଅନୁଯାୟୀ ପି୫୦ କାର୍‌ର ପ୍ରଡକ୍ସନ ୧୯୬୨ରୁ ୧୯୬୫ ପର୍ଯ୍ୟନ୍ତ ହୋଇଥିଲା । ପରେ ୨୦୧୦ରୁ ପୁଣି ଥରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ସେହି ବର୍ଷ ହିଁ ଏହା ଦୁନିଆର ସବୁଠୁ ଛୋଟ କାର୍‌ ଭାବେ ଘୋଷିତ ହୋଇଥିଲା । ଏହାର ନାମ ଗିନିଜ ବୁକ ଅଫ୍‌ ୱାଲïର୍ ରେକର୍ଡରେ ସ୍ଥାନିତ ହୋଇଛି ।

SHARE BY