ବିଶ୍ୱକପରେ ନଜର ଆସିବନି ୱେଷ୍ଟଇଣ୍ଡିଜ୍ । ଦିନିକିଆ ବିଶ୍ୱକପର ୪୮ ବର୍ଷ ଇତିହାସରେ ପ୍ରଥମଥର ଏଭଳି ହେବାକୁ ଯାଉଛି । ଯେତେବେଳେ କ୍ରିକେଟର ଦିନିକିଆ ବିଶ୍ୱକପ ଆରମ୍ଭ ହେଲା ସେତେବେଳେ ୱେଷ୍ଟଇଣ୍ଡିଜ୍ ସବୁଠାରୁ ଘାତକ ଦଳ ଭାବେ ଉଭା ହୋଇଥିଲା । ୧୯୭୫ ଓ ୧୯୭୯ରେ ଦଳ କ୍ରମାଗତ ଦୁଇ ଥର ବିଶ୍ୱକପ ଜିତି ପୂରା ବିଶ୍ୱକୁ ନିଜର ଦବଦବା ଦେଖାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ସେତେବେଳେ ଅନେକ ଦଳ ଡରୁ ଥିଲେ । ହେଲେ ଦୁଇ ଥରର ବିଶ୍ୱ ବିଜେତା ଏବେ ନିଜର ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି । କ୍ରିକେଟକୁ ନୂଆ କରି ଆସିଥିବା ଦଳଗୁଡ଼ିକ ୱେଷ୍ଟଇଣ୍ଡିଜ୍କୁ ମାତ୍ ଦେବାରେ ସକ୍ଷମ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦିନିକିଆ ବିଶ୍ୱକପର ୪୮ ବର୍ଷ ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଇଣ୍ଡିଜ୍ ଟିମ ବିଫଳ ହୋଇଛି ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍