ପୁଣି ବିଶ୍ବରେ ଦେଖାଦେଇପାରେ କୋଭିଡ ବିପତ୍ତି । ଓମିକ୍ରନର XBB ଭାରିଆଣ୍ଟ ଯୋଗୁ କୋଭିଡ ଲହରୀ ପୁଣି ଜାରି ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ବାମୀନାଥନ କହିଛନ୍ତି ବିଶ୍ବର ବିଭିନ୍ନ ଦେଶରେ ଏବେ ଓମିକ୍ରନର ଭାରିଆଣ୍ଟ XBB ମାତିଛି । ଏହାର ଫଳ ସ୍ବରୂପ ପୁଣି ଥରେ ଏକ ଲହରୀ ସୃଷ୍ଟି ହୋଇପାରେ । ବିକାଶଶୀଳ ରାଷ୍ଟ୍ରର ଟିକା ପ୍ରସ୍ତୁତକାରୀଙ୍କ ନେଟଓ୍ବର୍କ ବା ଡିସିଭିଏମଏନର ବାର୍ଷିକ ଅଧିବେଶନରେ ଯୋଗ ଦେଇ ସ୍ବାମୀନାଥନ କହିଛନ୍ତି- ଓମିକ୍ରନର ବର୍ତ୍ତମାନ ୩୦୦ରୁ ଅଧିକ ସବଭାରିଆଣ୍ଟ ରହିଛନ୍ତି । ସେମାନଙ୍କ ମଧ୍ୟରେ ସବୁଠାରୁ ମାରାତ୍ମକ ଭୂତାଣୁ ହେଉଛି XBB । ଏହି ମିଶ୍ରିତ ଭାରିଆଣ୍ଟର ପ୍ରତିରୋଧକ ଶକ୍ତି ଅଧିକ ଏବଂ ଆଣ୍ଟିବଡି ଏହା କ୍ଷେତ୍ରରେ ବିଶେଷ ଶକ୍ତିଶାଳୀ ହୋଇ ନଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ BA.5 ଓ BA.1 ଭୂତାଣୁ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏହି ଦୁଇ ଭାରିଆଣ୍ଟ ମଧ୍ୟ XBB ପରି ବିପଜ୍ଜନକ ବୋଲି ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ