ବିର୍ସା ମୁଣ୍ଡା ଷ୍ଟାଡିୟମ ଶ୍ରେଷ୍ଠ । ରାଉରକେଲାରେ ପ୍ରେସମିଟ୍ କରି ପ୍ରଶଂସା କଲେ ଭାରତୀୟ ହକି ଟିମ । ଆଗାମୀ ମ୍ୟାଚ ପାଇଁ ଆମେ ପୂରା ପ୍ରସ୍ତୁତ ବୋଲି କହିଲେ କ୍ୟାପଟେନ୍ ହରମନପ୍ରୀତ ସିଂ । ସ୍ପେନ ବିପକ୍ଷରେ ଭଲ ପ୍ରଦର୍ଶନ କରିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ହରମନ୍ । ଘରୋଇ ମାଟିରେ ଭଲ ଖେଳିବା ନେଇ ଆଶା ରହିଛି । ମ୍ୟାଚ ପରେ ମ୍ୟାଚ ଜିତି ଫାଇନାଲକୁ ଯିବା ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ଦଳର କୋଚ୍ ଗ୍ରାହମ ରେଡ୍ । ଯେହେତୁ ଘରୋଇ ମାଟିରେ ଆମେ ଖେଳୁଛୁ ବିପୁଳ ସମର୍ଥନ ରହିବ । ଯାହାକି ଖେଳାଳିମାନଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଏବଂ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ହରମନପ୍ରୀତ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା