ବିରଳ ରୋଗରେ ପୀଡ଼ିତଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଣିକି ସବୁ ବିରଳ ରୋଗ ପାଇଁ ବ୍ୟକ୍ତିଗତ ଚିକିତ୍ସା ଉଦ୍ଦେଶ୍ୟରେ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବ । ଏନେଇ ଏକ ସାଧାରଣ ଶୁଳ୍କଛାଡ଼ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ବିରଳ ରୋଗ ନୀତି ୨୦୨୧ ଅଧୀନରେ ତାଲିକାଭୁକ୍ତ ହୋଇଥିବା ସବୁ ବିରଳ ରୋଗ ପାଇଁ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ଉପରେ ସୀମା ଶୁଳ୍କ ରିହାତି ଦେବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି । ଏହି ଶୁଳ୍କ ଛାଡ଼ ସୁବିଧା ପାଇବା ପାଇ ଆମଦାନିକାରୀମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍