ବିମୁଦ୍ରିକରଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ । ୨୦୧୬ ମସିହାରେ ହୋଇଥିବା ବିମୁଦ୍ରିକରଣକୁ ଭୁଲ ନିଷ୍ପତ୍ତି ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ସରିବା ପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହ କୋର୍ଟ ସମସ୍ତ ପକ୍ଷଙ୍କୁ ୨ ଦିନ ମଧ୍ୟରେ ଲିଖିତ ଦଲିଲ୍ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ୫୮ ଟି ଆବେଦନ ଦାଖଲ କରାଯାଇଥିଲା । ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତି ନଭେମ୍ବର ୨୪ ତାରିଖରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍