The Topmost

“The eyes believe themselves, the ears believe other people.”

ବିଭିନ୍ନ ବିଭାଗରେ ୨୬୯ ଜଣଙ୍କୁ ନିଯୁକ୍ତ ପତ୍ର ପ୍ରଦାନ 

ବିଭିନ୍ନ ବିଭାଗରେ ୨୬୯ ଜଣଙ୍କୁ ନିଯୁକ୍ତ ପତ୍ର ପ୍ରଦାନ  । ସହୃଦୟତାର ସହ ଲୋକଙ୍କ ସେବା କର । ସେବାରୁ ଯେପରି କେହି ବଞ୍ଚିତ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ହେବ । ଓଡିଶାର ବିକାଶ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ୨୦୩୬ରେ ଓଡିଶାକୁ ୧୦୦ ବର୍ଷ ପୂରୁ ଥିବାରୁ ସମସ୍ତଙ୍କୁ ଗୁରୁଦାୟିତ୍ବ ନେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ମନୋନୀତ ୨୬୯ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟରେ ଏବେ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି । ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁଛି ଏହି ରୂପାନ୍ତରଣ । ଫାଇଭ-ଟି ଜରିଆରେ ସମୟ, ସ୍ବଚ୍ଛତାର ମନ୍ତ୍ରକୁ ଗୁରୁତ୍ବ ଦିଆଯାଉଛି । ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଗଠନ କରିବାକୁ ଲକ୍ଷ୍ୟ ରହିଛି । ରୂପାନ୍ତରଣର ଯାତ୍ରା ଜରିଆରେ ଏହି ଆଭିମୁଖ୍ୟ ସଫଳ ହେବ । ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ତ୍ୟାଗ ଅପୂରଣୀୟ । ଲୋକଙ୍କ ସେବା କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସ୍ବତନ୍ତ୍ର ଭୂମିକା ରହିଛି । ରାଜ୍ୟରେ ଭିତ୍ତିଭୂମି ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ନବନିଯୁକ୍ତ । ଏହାସହ ନିଜର ମନର କଥା ଉପସ୍ଥାପନ କରିଥିଲେ କେତେକ ଅଧିକାରୀ । 5T ରୂପାନ୍ତରଣ, ମହିଳା ସଶକ୍ତିକରଣ ଆଦି ପ୍ରକ୍ରିୟାକୁ ସେମାନେ ପ୍ରଶଂସା କରିଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ ।