ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କ କାହାଣୀକୁ ନେଇ ଅନେକ ଅଫର ମିଳୁଥିବା ଖବର ମିଳିଥିଲା । ଏହି କ୍ରମରେ ସୀମା ହାଇଦର ‘ବିଗବସ୍’ ଓ ‘କପିଲ ଶର୍ମା ସୋ’କୁ ଯିବେ ବୋଲି ବି ଚର୍ଚ୍ଚା ଜୋର ଧରିଥିଲା । ଏହି ଘଟଣାକୁ କେନ୍ଦ୍ର କରି ସୀମା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଜରିଆରେ ସେ କହିଛନ୍ତି, ‘ମୋ ପାଖରେ ସୋ’କୁ ଯିବାର ଅଫର ରହିଛି। କିନ୍ତୁ କୌଣସି ସୋ’କୁ ଯିବାର ମୋର ଯୋଜନା ନାହିଁ। ଯଦି ଭବିଷ୍ୟତରେ କେବେ ମୁଁ ସୋ’କୁ ଯିବା ପାଇଁ ସ୍ଥିର କରିବି। ତେବେ ଏ ବିଷୟରେ ଆପଣମାନଙ୍କୁ ନିଶ୍ଚୟ ଜଣାଇଦେବି।’ ଏହି କ୍ରମରେ ସୀମାଙ୍କ ଓକିଲ ଏ ପି ସିଂହ କହିଛନ୍ତି, ‘ବିଗବସ’ ଓ ‘କପିଲ ଶର୍ମା’ ସୋ’ରୁ ସୀମା ହାଇଦର ଓ ସଚିନଙ୍କ ପାଖକୁ ଅଫର ଆସିଥିଲା। କିନ୍ତୁ ଏବେ ଯେଉଁଭଳି ପରିସ୍ଥିତି ଅଛି ତାଙ୍କୁ ସୋ’ରେ ସାମିଲ ହେବା ଉଚିତ ହେବନାହିଁ। କାରଣ ସୀମା ଓ ସଚିନଙ୍କୁ ନେଇ ଯାଞ୍ଚ ଚାଲିଛି।’ ତେବେ ସୀମା ଓ ସଚିନଙ୍କ ପ୍ରେମକାହାଣୀକୁ ନେଇ ସିନେମା ନିର୍ମିତ ହୋଇଛି। ଏହି ସିନେମାର ଶୀର୍ଷକ ‘କରାଚି ଟୁ ନୋଏଡା’ ରହିଛି। ପ୍ରଥମେ ଶୁଣିବାକୁ ମିଳୁଥିଲା କି ସୀମା ଏହି ସିନେମାରେ ମୁଖ୍ୟଭୂମିକାରେ ଅଭିନୟ କରିବେ। କିନ୍ତୁ ପରେ ‘କରାଚି ଟୁ ନୋଏଡା’ରେ ସୀମା ଓ ସଚିନଙ୍କ ଭୂମିକା ପାଇଁ ଅଡିସନ ହୋଇଥିଲା ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..