ଅନୁମତି ବାହାରେ ଯାଇ ବ୍ୟବସାୟ କଲେ କଠୋର ହେବ ବିଏମସି । ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ରାଜଧାନୀରେ ଓମଫେଡ ଷ୍ଟଲ୍ ନାମରେ ଦୋକାନ ନେଇ ଅନ୍ୟାନ୍ୟ ବ୍ୟବସାୟ ହେଉଥିବା ଅଭିଯୋଗ । କ୍ଷୀର ଓ ଚା’ ଦୋକାନରେ ଗୁଟଖା ଓ ସିଗାରେଟ୍ ଭଳି ନିଷିଦ୍ଧ ତମ୍ବାଖୁ କାରବାର ଚାଲିଛି । ଏପରିକି ନିର୍ଦ୍ଧାରିତ ଅଞ୍ଚଳକୁ ଛାଡ଼ି ସଂଲଗ୍ନ ଅଞ୍ଚଳକୁ ଅକ୍ତିଆର କରି ସମ୍ପ୍ରସାରଣ ହୋଇଛି ବହୁ ଦୋକାନ । ତେଣୁ ଏନେଇ ବିଏମସି ପକ୍ଷରୁ ଖିଲାପକାରୀଙ୍କୁ ସଚେତନ କରାଯାଇଛି । ନସୁଧୁରିଲେ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି