ଆଜିକାଲି ବାୟୁ ପ୍ରଦୁଷଣ ଏକ ସାଧାରଣ ସମସ୍ୟାଭାବେ ଉଭା ହୋଇଛି । ବିଭିନ୍ନ ଉପାୟରେ ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରାଯାଉଛି । ବାୟୁକୁ ଶୁଦ୍ଧ କରିବାକୁ ବିଭିନ୍ନ ଉପକରଣର ବ୍ୟବହାର କରାଯାଉଛି । ଦିଲ୍ଲୀର ଆଇଆଇଟି ଏକ ଷ୍ଟାର୍ଟଅପ୍ ଜରିଆରେ ଉପକରଣ ଲଞ୍ଚ କରିଛନ୍ତି ଯାହା ବାୟୁକୁ ବିଶୁଦ୍ଧ କରୁଛି । ଏହା ଦୁନିଆର ସବୁଠାରୁ ଛୋଟ ପିନ୍ଧାଯାଇପାରୁଥିବା ବାୟୁ ଶୁଦ୍ଧକାରୀ ଉପକରଣ ବୋଲି ଆଇଆଇଟି ପକ୍ଷରୁ ଦାବି କରାଯାଇଛି । ଏହା ଏନ୍୯୫ ମାସ୍କ ଭଳି କାମ କରିବ ବୋଲି ଦାବି କରାଯାଇଛି । ଏହି ଷ୍ଟାର୍ଟଅପ୍ର ନାଁ ନାସୋ୯୫ ରଖାଯାଇଛି । ଏହାର ପରୀକ୍ଷା ଜାତୀୟ, ଅନ୍ତର୍ଜାତୀୟ ସ୍ତର ଲାବ୍ରେ ହୋଇସାରିଥିବା ଆଇଆଇଟି ଦାବି କରିଛି । ଏହା ବାୟୁକୁ ପ୍ରାୟ ୯୭.୯ ପ୍ରତିଶତ ଶୁଦ୍ଧ କରୁଥିବା ପ୍ରକାଶ କରାଯାଇଛି । ଏହାସହିତ ଏହି ଉପକରଣଟି ପ୍ରଶ୍ୱାସକୁ ମଧ୍ୟ ଶୁଦ୍ଧ କରିଥାଏ । ତେଣୁ ଏହି ଉପକରଣଟି ବିବିଧ ବ୍ୟବହୃତ ହୋଇପାରିବ । ଏହା ବିଭିନ୍ନ ସାଇଜ୍ରେ ମଧ୍ୟ ଉପଲବ୍ଧ । ଏଥିରେ ପିଲାଙ୍କ ଠାରୁ ଆରମ୍ଭ କରି ବଡ ସମସ୍ତଙ୍କ ପାଇଁ ସାଇଜ୍ ରହିଛି ।
“The eyes believe themselves, the ears believe other people.”
More Stories
ଏସିଡିଟି ପାଇଁ ଚିନ୍ତିତ କି
ଶାକାହାରୀ ମାନେ ନିଶ୍ଚୟ ଜାଣନ୍ତୁ ଏହି ତଥ୍ୟ
ଖରାଦିନେ ଅଂଶୁଘାତରୁ ରକ୍ଷା କରେ ଏହି ସବୁ ପାନୀୟ