ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଦୁଇ IAS ବାହା ହେବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଚଳିତ ମାସରେ ବାରଣାସୀରେ ବାହା ହେବେ । ଏହା ସମର୍ଥ ଓ ସ୍ୱଧାଙ୍କ ଦ୍ୱିତୀୟ ବିବାହ ହେବ । ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂଙ୍କୁ ବିବାହ କରିଥିବାବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ସ୍ତ୍ରୀ ଥିଲେ । କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଫିସରଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ରାଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ