ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଗିରଫ ହୋଇଥିବା ୩ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ । ଏହି ତିନି ଜଣଙ୍କ ଉପରେ ଦାୟିତ୍ୱହୀନତା ଏବଂ ପ୍ରମାଣ ନଷ୍ଟ ନେଇ ଆରୋପ ରହିଛି । ଏମାନଙ୍କୁ ଜୁଲାଇ ମାସରେ ଗିରଫ କରାଯାଇଥିଲା । ଆଇପିସିର ଦଫା ୩୦୪(୨), ୩୪ରେ ଚାର୍ଜସିଟ୍ । ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ । ସିଗନାଲ ଇନଚାର୍ଜ ଅରୁଣ କୁମାର ମହାନ୍ତଙ୍କ, ସୋରୋ ଏସଏସଇ(ସିଗନାଲ) ମହମ୍ମଦ ଅମୀର ଖାନ ଏବଂ ଟେକ୍ନିସିଆନ ପପ୍ପୁ କୁମାରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାଲେଶ୍ୱରର ବାହାନଗା ଷ୍ଟେସନ ପାଖରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା