ଦୁର୍ଘଟଣାର ୫ମାସ ପରେ ବାହନଗା ଷ୍ଟେସନରୁ ଉଠାଯାଉଛି ଦୁର୍ଘଟଣାଗ୍ରସ୍ତ ରେଳଡବା । ପଶ୍ଚିମବଙ୍ଗର ଏକ କମ୍ପାନୀ ପକ୍ଷରୁ ଭଗ୍ନ ରେଳଡବା ଉଠାଇବା କାମ ଆରମ୍ଭ ହୋଇଛି । କମ୍ପାନୀ କର୍ମଚାରୀ ମାନଙ୍କ ପକ୍ଷରୁ କାମ ଆରମ୍ଭ ହୋଇଛି । ମାସକ ମଧ୍ୟରେ କ୍ଷତିଗ୍ରସ୍ତ ରେଳଡବା ଗୁଡିକୁ ଉଠାଇନେବା ସହିତ କମ୍ପାନୀ ପକ୍ଷରୁ ସ୍କ୍ରାପିଂ କରାଯିବ । ଗତ ଜୁନ ୨ତାରିଖରେ ବାଲେଶ୍ୱର ବାହାନଗା ଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଶହରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଅନେକ ଶବ ଚିହ୍ନଟ ହୋଇ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆଉ କିଛି ଶବ ଚିହ୍ନଟ ହୋଇପାରିନଥିଲା । ଯାହାଫଳରେ ଗତ କିଛିଦିନ ପୂର୍ବେ ଚିହ୍ନଟ ହୋଇପାରିନଥିବା ଶବକୁ ପ୍ରଶାସନ ଦାହ କରିଥିଲା
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ