The Topmost

“The eyes believe themselves, the ears believe other people.”

ବାସ ଉପଯୋଗୀ ପରିବେଶ ପାଇଁ ଓଡ଼ିଶା ବେଷ୍ଟ

ସବୁକ୍ଷେତ୍ରରେ ଓଡ଼ିଶାର ହୋଇଛି ରୂପାନ୍ତରଣ । ୨୩ ବର୍ଷ ଧରି ଦ୍ରୁତ ବିକାଶ ସହିତ ବାସ ଉପଯୋଗୀ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଏବେ ଦେଶରେ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସୂଚକାଙ୍କରେ ବାସ ଉପଯୋଗୀ ଅନୁକୂଳ ପରିବେଶ କ୍ଷେତ୍ରରେ  ଓଡ଼ିଶା ଦେଶରେ ଟପ୍ ଟେନ୍ ରାଜ୍ୟ ଭିତରେ ସ୍ଥାନ ପାଇଛି ।  ଏ କ୍ଷେତ୍ରରେ ଓଡ଼ିଶାଠାରୁ ବହୁଗୁଣରେ ଧନୀ ରାଜ୍ୟଗୁଡ଼ିକ ପଛରେ ପଡ଼ିଯାଇଛନ୍ତି । ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ହେଉ, କି ଘଞ୍ଚ ଜଙ୍ଗଲ ସୃଷ୍ଟି, ସବୁଥିରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ସହରାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ, ଅଳିଆ ଆବର୍ଜନା ଓ ସ୍ୱେରେଜ ସିଷ୍ଟମର ସଠିକ ପରିଚାଳନା ଏବଂ ସିମ୍ ଲେସ ପରିବହନ ବ୍ୟବସ୍ଥାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁକୁ ଓଡ଼ିଶା ପଛରେ ପକାଇ ଦେଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ 5T ପରିକଳ୍ପନା ସାଜିଛି ମାଇଲଖୁଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନକୁ ବଡ଼ ସଫଳତା ମିଳିଛି । ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ଶାସକ ଦଳ କହଛି । ଶାସନ ବ୍ୟବସ୍ଥାରେ 5T ଓ ମୋ ସରକାର କାର୍ଯ୍ୟକାରୀ ଏବଂ ସବୁ ବିଭାଗ 5T ଅଧୀନକୁ ଆସିବା ପରେ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବା ସହ ରୋଲ୍‌ ମଡେଲ ସାଜିଛି । ଯାହା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

SHARE BY