The Topmost

“The eyes believe themselves, the ears believe other people.”

ବାପା ମାଆ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷା

ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଥରାଇ ଦେଇଛି । ଏବେ ଯାଏ ଅନେକ ଶବ ଚିହ୍ନଟ ହୋଇ ନଥିଲାବେଳେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । ଏହାରି ଭିତରେ ଆହତ ଏବଂ ମୃତକଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଅନେକ ସଂଗଠନ । କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦୁର୍ଘଟଣାରେ ବାପା ମାଆ ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ । ସେହଓ୍ବାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଟ୍ବିଟ କରି ବୀରେନ୍ଦ୍ର କହିଛନ୍ତି, ଏ ଫଟୋ ଆମକୁ ଅନେକ ସମୟ ଯାଏ ଭୟଭୀତ କରାଇବ । ଏଭଳି ଦୁଃଖର ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠ ପଢ଼ାରେ ମୁଁ ସାହାଯ୍ୟ କରିବି । ସେହଓ୍ବାଗ ଇଣ୍ଟରନାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି ।