ତାମିଲନାଡୁର କୃଷ୍ଣାଗିରିରେ ଏକ ବାଣ କାରଖାନାରେ ବିସ୍ଫୋରଣ । ଘଟଣାରେ ତିନି ମହିଳାଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେପଟେ ପୋଲିସକୁ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ । ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ କୋଠା ମଧ୍ୟ ଭୁଶୁଡ଼ିପଡ଼ିଛି । ସେହିପରି ଚାରୋଟି ଅନ୍ୟ କୋଠା ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଥିରେ ଅନେକ ଲୋକ ମଧ୍ୟ ଫସିରହିଥିଲେ । ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ସୁଦ୍ଧା ଗମ୍ଭୀର ରୂପେ ଆହତ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଭଗ୍ନାଂଶ ତଳେ କେତେ ଲୋକ ଫସିରହିଛନ୍ତି ସେନେଇ କିଛି ସ୍ପଷ୍ଟ ସଂଖ୍ୟା ଜଣାପଡ଼ିନାହିଁ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ